ଓରିଏଣ୍ଟ: ମଣ୍ଡଲିୟା ସ୍ଥିତ କାଲିମନ୍ଦିର ପରିସରରେ ଏମ୍ସିଏଲ ଅଧୀନରେ କାର୍ଯ୍ୟ କରୁଥିବା ଠିକାଦାର ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ଏମ୍ସିଏଲ ଅଧୀନରେ କାର୍ଯ୍ୟ କରୁଥିବା ଠିକାଦାର ମାନଙ୍କର ରବିବାର ଦିନ ବାରଟା ସମୟରେ ବ୍ରଜରାଜନଗର ମଣ୍ଡଲିୟା ସ୍ଥିତ କାଲିମନ୍ଦିର ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନୁଷ୍ଠିତ ବୈଠକରେ ଏମ୍ସିଏଲ ରେ ବିଭିନ୍ନ କାର୍ଯ୍ୟକରୁଥିବା ଠିକାଦାର ମାନଙ୍କର ଦିର୍ଘଦିନରୁ ହୋଇ ଆସୁଥିବା ଦାବି ସମ୍ବନ୍ଧରେ ଯଦି ଏମ୍ସିଏଲ୍ ବିଚାର୍ ନ କରେ ତେବେ ଆସନ୍ତା ୧୭ ତାରିଖରୁ ଏମ୍ସିଏଲ୍ ଅଧୀନରେ କାର୍ଯ୍ୟ କରୁଥିବା ୩୦୦ ରୁ ଉର୍ଦ୍ଧ୍ବ ଠିକାଦାର ସମସ୍ତ୍ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ