ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଅଚାନକ ଭାବେ ଏଚ୍. କାଟାପାଲି ସ୍ଥିତ ମିଶନ ଆଶ୍ରା-୧ ଓ ସୁଲଡିଆପଡ଼ା ଜରାଶ୍ରମ ପରିଦର୍ଶନ କରି ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଅନ୍ତେବାସୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ, ଖାଦ୍ୟ ଓ ସେବା ବିଷୟରେ ଖୋଜଖବର ନେଇ ଉତ୍ତମ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ‘ସ୍ନେହ ସେତୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତେବାସୀଙ୍କ ପରିବାର ଚିହ୍ନଟ କରି ପୁନଃମିଳନ କରାଇବାକୁ ଗୁରୁତ୍ୱ ଦେଇଥିଲେ। ସେଥିସହ ବାଉଁଶ ହସ୍ତଶିଳ୍ପ କାର୍ଯ୍ୟକୁ ମାନସିକ ବିକାଶ ଓ ଆତ୍ମନିର୍ଭରତା ପାଇଁ ଉପକାରୀ ବୋଲି ଉଲ୍ଲେଖ କରିଥିଲେ।