ପଦ୍ମପୁର: ଆର.ବି ହାଇସ୍କୁଲ ପଡିଆ ଠାରେ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ, ଯୋଗଦେଲେ ପଦ୍ମପୁର ବିଧାୟିକା
ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ସହର ଆର.ବି. ହାଇସ୍କୁଲ ପଡିଆ ଠାରେ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ସୋମବାର ସକାଳ 11ଟା ସମୟ ପାଖା ପାଖି ରେ ପଦ୍ମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଷ୍ଟାପ ଉପସ୍ଥିତ ଥିଲେ।