ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ରାସୋଳଠାରେ ଆଜି ଓଡିଶା କେନ୍ଦୁପତ୍ର ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମର ଜିଲ୍ଲା ଓ ରାଜ୍ୟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।ଆସନ୍ତା ଫେବୃୟାରୀରେ କେନ୍ଦୁପତ୍ର ତୋଳାଳୀମାନଙ୍କ ଦାବି ପୁରଣ ନହେଲେ ବଡ ଆନ୍ଦୋଳନ ହେବ ବୋଲି ରାସୋଳଠାରେ ଆଜି ଅପରାହ୍ନ ୩ଟାରେ ରାଜ୍ୟ ସଭାପତି କ୍ଷୋଭ ପ୍ରକାଶ କରି ପ୍ରତିକ୍ରିୟାରେ ଚେତାବନୀ ଦେଇଛନ୍ତି ।