ଯୌତୁକ ଜନିତ ବଧୂ ହତ୍ୟା ମାମଲାରେ ସ୍ବାମୀ ଓ ଶାଶୂ ଦୋଷୀ ସାବ୍ୟସ୍ତ।ଆଜି ଅପରାହ୍ନ ୪ଟାରେ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ଓ ପି ଆଇ ଡି କୋର୍ଟ ଜଜ୍ ମୋହନ ରାଓ ଦୋରା।ସ୍ବାମୀ ପ୍ରଶାନ୍ତ ଜେନା ଓ ଶାଶୂ ହୀରାବତୀ ଜେନା ଦୋଷୀ ସାବ୍ୟସ୍ତ । ଦୋଷୀ ଙ୍କୁ ୭ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୭ ହଜାର ଜୋରିମାନା ଅନାଦେୟ ୪ ମାସ ଅଧିକ ଜେଲ ଦଣ୍ଡ।୧୧ ଜଣ ସାକ୍ଷୀ ଓ ୬ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ମୃତ ରୀନା ରାଣୀ ଦାସ ଙ୍କୁ ଯୌତୁକ ଦାବୀ କରି ତାଙ୍କ ସ୍ବାମୀ ଓ ଶାଶୂ ମିଶି ହତ୍ୟା କରି ଘର ଆଗ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା ।