ସୋନପୁର: ଆର୍ଟ ଅଫ ଲିଭିଂ ହେପିନେସ ସେଣ୍ଟର ପକ୍ଷରୁ ଆଜି ଆଜି ନିଜସ୍ଵ ଅଫିସ ଗୃହ ଠାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି
ଆର୍ଟ ଅଫ ଲିଭିଂ ହେପିନେସ ସେଣ୍ଟର ପକ୍ଷରୁ ଆଜି ଆଜି ନିଜସ୍ଵ ଅଫିସ ଗୃହ ଠାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଏସପି ଶ୍ରୀ ନାରାୟଣ ନାଏକ ଯୋଗ ଦେଇ ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପୁଷ୍ପ ପ୍ରଦାନ ପୂର୍ବକ ଏହି ଶିବିର କୁ ଶୁଭ ଉଦଘାଟନ କରିଥିଲେ l ଓ ଉପସ୍ଥିତ ନୁଆ ରକ୍ତ ଦାତା କଲେଜ୍ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଜୀବନ ଦର୍ଶନ ଉପରେ ହୃଦୟ ସ୍ପର୍ଶୀ କଥା ସବୁ କହି ଜୀବନ ଟା ଜିଁଇବା ପାଇଁ ବୋଲି କହିଥିଲେ