ପୋଲସରା: ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତିର ଗଭର୍ଣ୍ଣିଂବଡି ବୈଠକ ଅନୁଷ୍ଠିତ
ମାଣିତରା : ଜନ ଆରୋଗ୍ୟ ସମିତି ଗଭର୍ଣ୍ଣି ବଡୀ ମିଟିଙ୍ଗି ଗଞ୍ଜାମ ଜିଲ୍ଲାର ମାଣିତରା ଗ୍ରାମର କରୁଣା ଟ୍ରଷ୍ଟ ପରିଚାଳିତ ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଆଜି ଦିବା ୧୨ ସମୟରେ ଜନ ଆରୋଗ୍ୟ ସମିତିର ଗଭର୍ଣ୍ଣି ବଡୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମାଣିତରା ଜନ ଆରୋଗ୍ୟ ସମିତିର ଚେୟାରମ୍ୟାନ ତଥା ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଅଧ୍ୟକ୍ଷତା କରିଥିଲେ।