କେଞ୍ଚୁଡ଼ି ଗାଁରେ ଅଗ୍ନିକାଣ୍ଡ ଘଟି ଜଳି ଗଲା ୩ ବଖରା ଖବର ପାଇ ପହଂଚିଲେ ପରଜଙ୍ଗ ବିଡ଼ିଓ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାନ୍ଦା ପଂଚାୟତ ଅନ୍ତର୍ଗତ କେଞ୍ଚୁଡି ଗାଁର ଶୁକୁରା ପିଙ୍ଗୁଆ ଙ୍କର ଭୟାଭହ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୩ ବଖରା ଘର। ଘର ଭିତରେ ଥିବା ଆସବା ପତ୍ର ଚାଉଳ ଧାନ ଘରୋଇ ଉପକରଣ ଆଦି ନିଆଁରେ ଜଳି ଧୁଂଶ ହୋଇଥଲା।ଖବର ପାଇ ଶନିବାର ଅପରାହ୍ନ ୨ଟାରେ ପରଜଙ୍ଗ ବିଡ଼ିଓ ସୌଭାଗ୍ୟ ବେହେରା ପହଂଚି ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହ ସରକାରୀ ସ୍ତରରେ କି ଭଳି ସାହାଯ୍ୟ ମିଳିବ ପ୍ରତିଶ୍ରୁତି ଦେଇଥିଲେ।