ପଲ୍ଲୀଠୁ ଦିଲ୍ଲୀ ଯାଏଁ ଏକ ଅନ୍ଲାଇନ୍ ସାଇବର ଠକେଇର ଚେର ଛତ୍ରପୁର ପୁଲିସ ହାତରେ ପଡିଛି । ଦୀର୍ଘ ୨ ବର୍ଷ ହେଲା ପଲ୍ଲୀଠୁ ଦିଲ୍ଲୀ ଯାଏଁ ଚାଲିଥିବା ଏହି ଅନ୍ଲାଇନ୍ ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଛତ୍ରପୁର ପୁଲିସ ।ଛତ୍ରପୁର ସମେତ ବିଭିନ୍ନ ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କଲା ଛତ୍ରପୁର ପୋଲିସ । ଏହି ଘଟଣା ସଂପର୍କରେ ରବିବାର ଅପରାହ୍ନରେ ଛତ୍ରପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡେଇ ସମସ୍ତ ପ୍ରକାର ସୂଚନା ଦେଇଛନ୍ତି ।