ଜୟପୁର ଅବକାରି ଥାନା ଆଜି ଉମୁରି ଓ ଆମ୍ବାଗୁଡା ରେ ଚଢାଉ କରିଛି । ଦେଶି ମଦ ଚାଲାଣ ସୁଚନା ପାଇ ଆମ୍ବାଗୁଡା ରାସ୍ତାରେ ଚଢାଉ କରିଛି । ଚଢାଉ କରି ଜଣେ ମହିଳା ଠାରୁ ୮ ଲିଟର ଦେଶି ମଦ ଜବତ କରି ଗିରଫ କରିଛି । ଗିରଫ ମହିଳା ଅଭିଯୁକ୍ତ କୁ ଆଜି ଅପରାହ୍ନ 4ଟାରେ କୋର୍ଟ ଚାଲାଣ କରିଛି । ଉମୁରି ଜଙ୍ଗଲରେ ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଅବକାରି ଥାନା ତରଫରୁ ଚଢାଉ କରାଯାଇଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ୮ ଶହ ଲିଟର ପୋଚ ଓ ୭୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି l