ଗୁପ୍ତେଶ୍ୱର ପୀଠ ର ସାର୍ବଙ୍ଗୀନ ଉନ୍ନତି କୁ ନେଇ ସ୍ଥିତି ଅନୁଧ୍ୟାନ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ଆଜି ଅପରାହ୍ନ ଚାରିଟା ସମୟରେ ପ୍ରଥମେ ପବିତ୍ର ଗୁପ୍ତେଶ୍ୱର ପୀଠରେ ଅବସ୍ଥିତ ଗୁପ୍ତେଶ୍ୱର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କଲେ ବିଧାୟକ ରୁପୁ ଭତ୍ରା। ପରେ ପୀଠ ର ଉନ୍ନତି ଦିଗରେ ନିର୍ମାଣ କାର୍ଯ୍ୟ ତଦରକ କରିଛନ୍ତି, ଏବଂ ପୀଠର ଉନ୍ନତି ଦିଗରେ ଆଉ ଅଧିକ କଣ ପଦକ୍ଷେପ ନିଆଯିବ ସେ ନେଇ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ଶହ ଆଲୋଚନା କରିଛନ୍ତି l