ଭୁବନେଶ୍ୱର ଏୟାର ପୋର୍ଟ ବାହାରୁ ସନ୍ଦିଗ୍ଧ ଲେଡ଼ିଜ ବ୍ୟାଗ ଠାବ, ତଦନ୍ତ କରୁଛି CISF ଟିମ | ଆଜି 10.34ରେ ଏୟାରପୋର୍ଟ ବାହାରେ ସନ୍ଦିଗ୍ଧ ଲେଡିଜ ବ୍ୟାଗ ଠାବ । ଏୟାରପୋର୍ଟ ଲଗେଜ ଟ୍ରଲିରେ ରହିଥିଲା ଏହି ବ୍ୟାଗ । ବ୍ୟାଗକୁ ଡଗ ସ୍କ୍ୱାର୍ଡ ଓ ବମ ସ୍କ୍ୱାର୍ଡ ଯାଞ୍ଚ କରୁଛି । ଯାଞ୍ଚ ପରେ CISF ଯବାନ ବ୍ୟାଗ୍ କୁ ଯବତ କଲେ ସେହି ବ୍ୟାଗଟି କିଏ ଛାଡିଛି ସିସିଟିଭି ଆଧାରରେ ଯାଞ୍ଚ କରାଯାଉଛି । ବ୍ୟାଗ ଭିତରେ କଣ ରହିଛି ତାର ଛାନଭିନ କରୁଛି CISF ଟିମ୍ | ତେବେ କୀଏ କାହିଁକି ଏହି ବ୍ୟାଗ କୁ ଛାଡିକି ଯାଇଛନ୍ତି ସେନେଇ ଖୋଳତାଡ ଜାରିରହିଛି |