ଜୟପୁର: ଫାମୁଣୀ ଓ ଉମୁରିରେ ଅବକାରୀ ଚଢ଼ାଉ, 3 ଅଭିଯୁକ୍ତ ଗିରଫ
ଜୟପୁର ଅବକାରି ନିରିକ୍ଷକ ଓ ଅବକାରି ଥାନା ତରଫରୁ ମିଳିତ ଫାମ୍ପୁଣି ଓ ଉମୁରିର୍ ମିଳିତ ଚଢାଉ କରାଯାଇଛି । ଦେଶି ମଦ ଚାଲାଣ ବେଳେ ଫାମ୍ପୁଣି ରେ ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରି ୨୯ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଫାମ୍ପୁଣି ର ଧନପତି ଗୌଡ , ଗୋପାଳ ଗୌଡ ସହ ଜଣେ ମହିଳା । ଗିରଫ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଛି । ସେହିପରି ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଉମୁରି ଜଙ୍ଗଲରେ ଚଢାଉ କରାଯାଇଛି । ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିଛି l