ବଞ୍ଚୋରେ ପ୍ରଭୂ ଦଧିବାବନଜୀଉଙ୍କ ପବିତ୍ର ବାହୁଡ଼ାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଶହ ଶହ ଶ୍ରଦ୍ଧାଳୁ ପ୍ରଭୁଙ୍କ ପାଖରେ ଭୋଗ ଲାଗି କରିଥିଲେ। ପ୍ରଥମେ ବଳଭଦ୍ର, ପରେ ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ଅପରାହ୍ନ ୪ଟାରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା ଛେରାପହଁରା କରିଥିବାବେଳେ , ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଅତିଥି ଭାବେ ଯୋଗଦେଇଥିଲେ । ୫ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।