ପ୍ରସିଦ୍ଧ ବାମରା ମକର ଯାତ୍ରା ଓ ପଲ୍ଲୀଶ୍ରୀ ମେଳା ପାଇଁ ପୂର୍ବ ପ୍ରସ୍ତୁତିକୁ ନେଇ ବାମରା ତହସିଲ କାର୍ଯ୍ୟାଳୟରେ କୁଚିଣ୍ଡା ଉପ ଜିଲ୍ଲାପାଳ ସି ସରବାନନ ସମୀକ୍ଷା କରି ଫେରିଥିବା ଜଣାପଡିଛି। ଏଥିରେ ମହୋତ୍ସବ ସମ୍ପର୍କୀତ ସମସ୍ତ ପ୍ରକାର ସୁବିଧାକୁ ବ୍ୟବସ୍ଥିତ କରିବା, ଟ୍ରାଫିକ ନିୟନ୍ତ୍ରଣ କରିବା, ବାୟୋ ଟୋଏଲେଟ୍ ଓ ଆବଶ୍ୟକୀୟ ସୁବିଧା ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା।