ଭଟଲି: ଭଟଲି ହାଇସ୍କୁଲରେ ବ୍ଳକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ
ଭଟଲି ହାଇସ୍କୁଲରେ ବ୍ଳକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଭଟଲି ହାଇସ୍କୁଲରେ ଆଜି ଦିନ୧୧ଟାରେ ଭଟଲି ବ୍ଳକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଆରମ୍ଭ ହୋଇଥିଲା।ଏଥିରେ ଭଟଲି ବିଇଓ ଅମୃତା ସାହୁ ଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ଆନନ୍ଦ ସାହୁ ସଭା କୁ ସଂଯୋଜନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦଘାଟନ ଉତ୍ସବରେ ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ବିନୟ କୁମାର ସଏ, ସ୍ୱେଚ୍ଛାସେବୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ପ୍ରମୁଖ ଥିଲେ।