ଦିଗପହଣ୍ଡି: ନିମଗୁଡ଼ା ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ,ଚାଳକ ଗୁରୁତର
ନିମଗୁଡ଼ା ମୁଖ୍ୟ ରାସ୍ତାରେ ଏକ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ ହୋଇଚି ଯାହାଫଳରେ ମୋଟର ସାଇକେଲ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଜଣଙ୍କ ହେଲେ ଜିତୁ ନାୟକ ବୟସ ୨୫ ବର୍ଷ ତାଙ୍କ ଘର ନିମଗୁଡ଼ା ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଜିତୁ ନାୟକ ଏକ ମୋଟର ସାଇକେଲ ଯୋଗେ କେଉଁ କାମରେ ବାହାରକୁ ଯାଉଥିଲେ ହେଲେ ସେହି ଗ୍ରାମ ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଆଗକୁ ଏକ କୁକୁର ଆସିଯିବାରୁ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ଦୃଘଟଣା ଗ୍ରସ୍ତ ହୋଇଥିଲା