ସାନଖେମୁଣ୍ଡି ଠାରେ ନୂତନ ଉପ ନିବନ୍ଧକକଂ କାର୍ଯ୍ଯାଳୟ ଶୁଭ ଉଦଘାଟନ ହୋଇଯାଇଛି ।ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସହ ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ। ବହୁ ଦିନରୁ ଏଠାରେ ଉପ ନିବନ୍ଧକକଂ କାର୍ଯ୍ଯାଳୟ ଖୋଲାଯିବା ପାଇଁ ଦାବି ହୋଇଥିବା ବେଳେ ଏବେ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି।