ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଓଡିଶା ସୂଚନା ଅଧିକାର ଅଭିଯାନର ଭଦ୍ରକ ଶାଖାର କର୍ମଚାରୀ
ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଓଡିଶା ସୂଚନା ଅଧିକାର ଅଭିଯାନର ଭଦ୍ରକ ଶାଖାର କର୍ମଚାରୀ । ଭଦ୍ରକ ବ୍ଲକ ଅଧିନ ବଙ୍କ ୟୁଜି ଏମଇ ସ୍କୁଲରେ ମଧ୍ୟାନ ଭୋଜନ ରେ ଦୁର୍ନିତି ନେଇ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପରେ ଅଭିଯୋଗ ସତ୍ୟାସତ୍ୟକୁ ଦେଖି ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ପରେ ସତ ସାମ୍ନାକୁ ଆସିବା ପରେ କାର୍ଯନୁଷ୍ଠାନ ପାଇଁ ଦାବି କରିଥିଲେ ସୁଚନାଧିକାର କର୍ମୀ।