ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକ ଅନୁଷ୍ଠିତ, ଯୋଗଦେଲେ ସାଂସଦ ଓ ବିଧାୟକ
ଗୁରୁବାର ମଧ୍ୟାହ୍ନ ୧୨ଟାରେ ନିର୍ବାଚନ ପରେ ଭଦ୍ରକ ବ୍ଲକ ପରିସରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଲେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଭଦ୍ରକ ଵିଡିଓ, ଭଦ୍ରକ ଵ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ସମେତ ଅନ୍ୟାନ୍ୟ ଵ୍ଲକର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସଵୁ ଦଳମତ ନିର୍ଵିଶେଷରେ ସମସ୍ତେ ମିଳିମିଶି ବ୍ଲକର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ଭଦ୍ରକ ସାଂସଦ ଓ ଵିଧାୟକ ନିଜ ଵିଵୃତ୍ତିରେ କହିଥିଲେ।