ଭଟଲି: ଭଟଲି କେନ୍ଦୁପତ୍ର ରେଞ୍ଜଅଫିସରେ ଭଟଲି ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ:
ଭଟଲି କେନ୍ଦୁପତ୍ର ରେଞ୍ଜଅଫିସରେ ଭଟଲି ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ: ଭଟଲି କେନ୍ଦୁପତ୍ର ରେଞ୍ଜ ଅଫିସ ରେ ଆଜି ଦିନ୧୧ଟା ରେ ଭଟଲି ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଲା ଆରମ୍ଭ ହୋଇଯାଇଛି।ଏଥିରେ ଭଟଲି ପ୍ରାଣୀ ଚିକିତ୍ସା ଅଧିକାରୀ କୌଟିଲ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭଟଲି ବ୍ଳକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ।