ରେମୁଣା: ସୋମନାଥପୁର ଠାରେ ପୋଖରୀ ରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବୁଧୁବାର ଦିନ ୧୨ ଟାରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋମନାଥପୁର ଠାରେ ଜଣେ ଯୁବକ ପୋଖରୀ ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ଚିକିତ୍ସାଳୟର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଯୁବକ ହେଲେ ଶିଳ୍ପାଞ୍ଚଳ ଥାନା ସୋମନାଥପୁର ଅଞ୍ଚଳର ହରି ଶଙ୍କର ନାୟକ। ଏ ସଂପର୍କରେ ଶିଳ୍ପାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।