ବୀରମହାରାଜପୁର: ଲସ୍ତଲା ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ଉଲୁଣ୍ଡା ଥାନା ଅନ୍ତର୍ଗତ ଲସ୍ତଲା ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଆଜି ଦିନ ପ୍ରାୟ 1ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଶୁ ଶେଖର ମଲ୍ଲିକ ଏବଂ ଅତିରିକ୍ତ ତହସିଲଦାର ସୋମନାଥ ବେହେରା ଯୋଗଦେଇ ଜନସାଧାରଣ ବିଭିନ୍ନ ଅପତୀ ଅଭିଯୋଗ ଶୁଣିଥିଲେ l ଶିବିରରେ ସର୍ବମୋଟ 18 ଅଭିଯୋଗ ପଞ୍ଜୀକୃତ ହୋଇଥିଲା l ସରପଞ୍ଚ ଶିବାନୀ ମହାକୁର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରକୁ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l