ପାଲଲହଡା: ବନ୍ଧକାନୀ ଗ୍ରାମର ମେଥି ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପରିବାରକୁ ଭେଟି ସମବେଦନା ଜଣାଇଲେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ବନ୍ଧକାନୀ ଗ୍ରାମର ମେଥି ପ୍ରଧାନଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପରିବାରକୁ ଭେଟି ସମବେଦନା ଜଣାଇଥିବା ରବିବାର ଅପରାହ୍ନ ୩ଟା ସମୟରେ ଜଣାପଡିଛି। ସୁଚନା ଅନୁସାରେ କିଛି ଦିନ ଆଗରୁ ବନ୍ଧକାନୀ ଗ୍ରାମର ମେଥି ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବନୀ କାନ୍ତ ସାହୁ ମହୋଦୟ ବନ୍ଧକାନୀ ସ୍ଥିତ ମୃତକଙ୍କ ଦୁଃଖ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ନିଜେ ଦୁଃଖ ପ୍ରକାଶ କରିଥିଲେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ।