ଭଣ୍ଡାରିପୋଖରୀ: ମଞ୍ଜୁରୀ ଠାରେ ବଳଦେବଜୀଉ ମନ୍ଦିର ପରିଦର୍ଶନ କଲେ ଭଦ୍ରକ ବିଧାୟକ
ଆଜି ଅପରାହ୍ନରେ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ଠାରେ ଥିବା ବଳଦେବଜୀଉ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ। ବିଧାୟକ ସେଠାରେ ପହଞ୍ଚି ମନ୍ଦିର ପରିକ୍ରମା କରିବା ସହିତ ବଳଦେବଜୀଉଙ୍କୁ ପୂଜାର୍ଚ୍ଚନା କରିଥିଲେ।ପରେ ମନ୍ଦିରର ବିକାଶ ନେଇ ସ୍ଥାନୀୟ ନେତୃତ୍ୱଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ ବିଧାୟକ। ଏହି ସମୟରେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି ଓ ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।