ପୋଲସରା: ବାଘୁଆ କେନାଲ ଠାରୁ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର, ଜଣେ ଆହତ।
ମୁହାଁମୁହିଁ ବାଇକ୍ ଧକ୍କା ଜଣେ ଗୁରୁତର,ଜଣେ ଆହତ ପୋଲସରା ଥାନା ଅନ୍ତର୍ଗତ ଦଶମଇଲି ଗ୍ରାମର ବାଘୁଆ କେନାଲ ଠାରେ ଦିବା ଦୁଇ ଘଣ୍ଟା ସମୟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ଲକ୍ଷଣ ପଲ୍ଲୀ ଗ୍ରାମର ରାଜୁ ଡାକୁଆ କୈାଣସି କାମରେ ଚିରିକିପଡା ଶାସନ ଗ୍ରାମକୁ ଆସି ଫେରୁଥିବା ବେଳେ ଦଶମାଇଲି ଗ୍ରାମରୁ କାଳିଆ ନାହାକ ନିକଟସ୍ଥ ପେଟ୍ରୋଲ ପମ୍ପ କୁ ପେଟ୍ରୋଲ ପକାଇବା ପାଇଁ ଯାଉଥିବାବେଳେ ରାଜୁ ଡାକୁଆ ଦୃତ ଗତିରେ ବାଇକ୍ ଆଣି କାଳିଆର ବାଇକ୍ କୁ ବାଘୁଆ କେନାଲ ଠାରେ ଧକ୍କା ହୋଇଥିଲା