ଜମନକିରା ବ୍ଲକ ଅନ୍ତର୍ଗତ କଟଙ୍ଗପାଣି ଆଶ୍ରମ ସ୍କୁଲ ପରିସର ରେ ସ୍କୁଲର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ବୁଧବାର ଦିନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ WEO ଐଶ୍ୱର୍ଯ୍ୟ ନାଏକ ଯୋଗ ଦେଇ ବର୍ତ୍ତମାନ ସମୟରେ ଗୁଣାତ୍ମକ ଶିକ୍ଷା ର ଆବଶ୍ୟକତା ନେଇ ମତ ବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହେରା ଉପସ୍ଥିତ ରହି କଠିନ ପରିଶ୍ରମ ଦ୍ଵାରା ସଫଳତା ହାସଲ କରିବା ସହଜ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ ଓ SMC ସଭାପତି ଉପସ୍ଥିତ ରହି ଉତ୍ସାହିତ କରିଥିଲେ।