ଝାରସୁଗୁଡ଼ା ଜିଲ୍ଲା ପୋଲିସ ତରଫରୁ ଆଜି ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଲଇକେରା ପୋଲିସ ଷ୍ଟେସନ ଅନ୍ତର୍ଗତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆସନ୍ତା କୋଡିଏ ତାରିଖରେ ହେବା କୁ ଥିବା ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ଅବାଧ ନିରପେକ୍ଷ ନିର୍ବାଚନ ଶେଷ କରିବା ଉଦ୍ଧେଶ୍ୟରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଲଇକେରା ଥାନା ଅନ୍ତର୍ଗତ ଭୀମଜୋର,ଦୁଲେସରା,ସୁଲେହି,ଚନ୍ଦରପୁର, ବାଗଡ଼ିହି, ଲଇକେରା ମାର୍କେଟ ଆଦି ଅଞ୍ଚଳରେ ଏହି ପ୍ଲାଗ ମାର୍ଚ୍ଚ କରାଯାଇଥିଲା।