ଭଟଲି: କମଗାଁ କଲେଜରେ ଜିଲ୍ଲା ସ୍ତରୀୟ ଯୁବ ରେଡ କ୍ରସ ଶିବିର ଉଦଘାଟିତ
କମଗାଁ କଲେଜରେ ଜିଲ୍ଲା ସ୍ତରୀୟ ଯୁବ ରେଡ କ୍ରସ ଶିବିର ଉଦଘାଟିତ ଭଟଲି ବ୍ଳକ ଅନ୍ତର୍ଗତ କମଗାଁ କଲେଜରେ ଆଜି ଦିନ ୧୧ ଟା ୩୦ମିନିଟ ରେ ବରଗଡ ଜିଲ୍ଲାସ୍ତରୀୟ ଯୁବରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରକୁ କମଗାଁ କଲେଜ ର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ଉଦଘାଟନ କରିଥିବାବେଳେ ବରଗଡ ଜିଲ୍ଲାଯୁବରେଡକ୍ରସ ସଂଯୋଜକ ପ୍ରଫେସର ପରମାନନ୍ଦ ରଥ ସମସ୍ତ ସ୍ବେଛାସେବୀ ଓ କାଉନସେଲର ମାନଙ୍କୁ ଶପଥପାଠ କରେଇ ଥିଲେ। ଏଥିରେ ୫୯ଟି କକେଜରୁ ୫୯ଜଣ ପରାମର୍ଶଦାତା ଥିବା ବେଳେ ୧୨୬ଜଣ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଛନ୍ତି।