ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମ ରେ ୨/୩ ବର୍ଷ ତଳେ ଚିଲିକା ଡିଷ୍ଟଲରୀ ପ୍ରାଇଭେଟ୍ ଲିମିଟେଡ ନାମକ ବିଦେଶୀ ମଦ ତିଆରି କମ୍ପାନୀ କରିବା ପାଇଁ ଲୋକଙ୍କ ଠାରୁ ଜମି କିଣିଥିଲା ଉକ୍ତ କମ୍ପାନୀ । କମ୍ପାନୀ ଆରମ୍ଭ ହେବା ଦିନ ଠାରୁ କମ୍ପାନୀ ରୁ ନିର୍ଗତ ଧୂଆଁ ଲୋକଙ୍କୁ କଲବଲ କରୁଛି । ଧୂଆଁ ରେ ଉଡି ଆସୁଥିବା ପାଉଁଶ ଘର ଭିତରେ ପଶୁଥିବା ବେଳେ ପିଇବା ପାଣି , କୂଅ, ଖାଇବା ପାଇଁ ରୋଷେଇ କରାଯାଇଥିବା ଖାଦ୍ୟ , ପୋଖରୀ ଓ ଧାନ ଜମି କୁ ନଷ୍ଟ କରୁଥିବା ଗ୍ରାମବାସୀ ଆଜି ଅପରାହ୍ନ ୩ ଟା ସମୟରେ ଅଭିଯୋଗ କରିଛନ୍ତି ।