ପାଲଲହଡା: ପାଲଲହଡା ଠାରେ ବିର୍ଷା ମୁଣ୍ଡା ଜୟନ୍ତୀ ପାଳିତ
ପାଳଲହଡ଼ା ଠାରେ ଶନିବାର ସକାଳ ୧୦ ଘଟିକା ସମୟରେ ଅୟୋଜିତ ହୋଇଥିବା ଭଗବାନ ବିର୍ସାମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ଅବସରରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ପାଣିଙ୍କ ସମେତ ଆଦିବାସୀ ସମାଜର ନେତୃତ୍ୱ ନେଉଥିବା ବିଭିନ୍ନ ସମାଜ ମୁଖିଆ , ମାତୃଶକ୍ତି ଓ ଆଦିବାସୀ ଯୁବ ବନ୍ଧୁଙ୍କ ସହ ମିଶି ଭଗବାନ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।