କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗୁରୁବାର ସକାଳ ପ୍ରାୟ ସାତଟା ସମୟରେ ସମ୍ବଲପୁର ଠାରେ ବିଜେପିରେ ସାମିଲ ହୋଇଛନ୍ତି କୁଦଗାଁ ସରପଞ୍ଚ ତଥା କଂଗ୍ରେସ ଯୁବନେତା ସିଦ୍ଧାର୍ଥ ଶଙ୍କର କ୍ଷେତି ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଏକାଦଶୀ ମହାକୁଡ, ଆଠମଲ୍ଲିକ ବିଧାନସଭା ଯୁବ କଂଗ୍ରେସ ସଭାପତି ସତ୍ୟବ୍ରତ ପ୍ରଧାନ, ପୂର୍ବତନ ୱାର୍ଡ ସଭ୍ୟ ଜଗା ଛୁରିଆ, ବାଲ୍ମିକୀ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ବରିଷ୍ଠ ନେତା ଶଙ୍କର ମିଶ୍ର ଓ ପ୍ରକାଶ ଡାଙ୍ଗ ଉପସ୍ଥିତ ଥିଲେ ।