ସୋନପୁର: ଲଛୀପୁର ରେ ବୋଲେରୋ ବାଇକ ମୁହାଁ ମୁହିଁ, ଜଣେ ଗୁରୁତର
ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ 10.30 ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛୀପୁର ହନୁମାନ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି l ଏହି କ୍ରମରେ ଗ୍ରାମର ପୁର୍ଣଚନ୍ଦ୍ର ମହାକୁଡ଼ ନାମକ ଜଣେ ବ୍ୟକ୍ତି ଏକ ନାଲିରଙ୍ଗର ହିରୋହୋଣ୍ଡା ବାଇକ ଯୋଗେ ଅଙ୍ଗନଦୀରୁ ଗାଧୋଇ ଫେରୁଥିବା ବେଳେ, ହନୁମାନ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହିତ ମୁହାଁ ମୁହିଁ ଧକ୍କା ହୋଇ ଗୁରୁତର ହୋଇଥିବା ଜଣା ପଡିଛି l ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଥିବାବେଳେ, ମୁଣ୍ଡରେ ବହୁତ ଜୋର ଆଘାତ ଲାଗିଛି l ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନାରାୟଣ