ସୁକିନ୍ଦା: ବରପାଳ ପାଖ ରାସ୍ତାରେ ବାଇକ ଦୁର୍ଘଟଣାରେ ବାଇକ ଆରୋହି ଗୁରୁତର କଟକ ସ୍ଥାନାନ୍ତର
ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବରପାଳ ପାଖ ରାସ୍ତାରେ ବାଇକ ଦୁର୍ଘଟଣାରେ ବାଇକ ଆରୋହି ଗୁରୁତର କଟକ ସ୍ଥାନାନ୍ତର । ସୂଚନା ମୁତାବକ ଜାମୁପଶି ବାସିନ୍ଦା ପ୍ରଫୁଲ୍ଲ ମୁଣ୍ଡା ସୁକିନ୍ଦା ଥାନା ଅନ୍ତର୍ଗତ ବରପାଳ ପାଖ ରାସ୍ତାରେ ବାଇକ ଭାର ଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ରବିବାର ରାତିରେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି