ମହୁକୁଦ ଗ୍ରାମ ରେ ବିଶ୍ଵ ମହିଳା ଦିବସ ପାଳିତ ନାକଟିଦେଉଳ ବ୍ଳକ୍ ମହୁକୁଦ ଗ୍ରାମ ସ୍ଥିତ ଗ୍ରାମ ମଙ୍ଗଳ ମହିଳା କମିଟି ଆନୁକୁଲ୍ୟ ରେ ରବିବାର ସକାଳେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି । କମିଟି ର ସମ୍ପାଦିକା ପ୍ରତିମା ରାଉଳ ଙ୍କ ପରିଚାଳନା ରେ ଅନୁଷ୍ଠିତ ସଚେତନତା ସଭା ରେ ମହିଳା ମାନଙ୍କ ର ଅଧିକାର ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ନର୍ମଦା ଧଳ, ଇନ୍ଦିରା ସାହୁ, ମଞ୍ଜୁ ଦେହୁରୀ ଓ ସରୋଜିନୀ ଙ୍କ ନେତୃତ୍ବ ରେ ଗ୍ରାମର ମହିଳା ମାନେ ଏକ ସଚେତନତା ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଏହି ଅବସର ରେ ପଥପ୍ରାନ୍ତ ନାଟକ ଏବଂ ଗ୍ରାମ ସଫେଇ