ବହୁତ ଶୀଘ୍ର ଯାତ୍ରୀ ମାନଙ୍କ ସୁବିଧା ପାଇଁ ନୂଆ ବସ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରସ୍ତାବିତ ବସ ରୁଟ ଗୁଡ଼ିକ ହେଲା ଟିଟିଲାଗଡ଼ରୁ ହରିଶଙ୍କର ଭାୟା ସଇଁତଳା, ଟିକ୍ରା ପଡା ଏବଂ ଅନ୍ୟ ରୁଟ ହେଲା ଟିଟିଲାଗଡ଼ରୁ ଗୁଡଭେଲା ଭାୟା ବେଲ ଗାଁ, ସିସକେଲା, ତୁଷୁରା ଦେଇ ଯିବା ଆସିବା କରିବାକୁ ସ୍ଥିରୀକୃତ ହୋଇଥିବା ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ସୂଚନା ଦେଇଛନ୍ତି।