ଭେନିଜୁଏଲା ଉପରେ ଟ୍ରମ୍ପ ସରକାର ର ଆକ୍ରମଣ ବିରୁଦ୍ଧରେ ସିପିଆଇ ର ବିକ୍ଷୋଭ । ତୁରନ୍ତ ମାଡ୍ୟୁରୋ ଏବଂ ତାଙ୍କ ପତ୍ନୀ ଙ୍କୁ ମୁକ୍ତ କରିବା ଦାବିରେ ସେ ସିପିଆଇ ଦେଶ ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଆଜି ଅପରାହ୍ନ 1 ଘଣ୍ଟା ସମୟରେ କୋରାପୁଟ ଜିଲ୍ଲା ଜୟପୁରର ସହରର ମୁଖ୍ୟ ଟ୍ରାଫିକ ଛକରେ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ, ବରିଷ୍ଠ ନେତା ଶ୍ରୀ ଯୁଧିଷ୍ଠିର ରାଉଳ, ବସନ୍ତ ବେହେରା, ସୁଦର୍ଶନ ବିଷୋୟୀ, ନନ୍ଦ ହରିଜନ, ଧ୍ରୁବ ମଲ୍ଲିକ ପ୍ରମୁଖ ନେତୃତ୍ବ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।