ପାରଳାଖେମୁଣ୍ଡି: କଇଁପୁର ନିକଟ ରୁ ତିନି କୁଇଣ୍ଟାଲ ଗଞ୍ଜେଇ ଜବତ ଦୁଇ ଗିରଫ
ଗଜପତି ଜିଲ୍ଲା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ରାୟଗଡା ବ୍ଲକ ର କଇଁପୁର ନିକଟରେ ମାଡି ବସିଥିଲେ ଏକ ପିକାପ ଗାଡି ଉପରେ ସେଥିରୁ ତିନି କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଗାଡି ଜବତ କରି ଦୁଇ ଅଭିଯୁକ୍ତ ମୋହନା ଥାନା କେଚାପଙ୍କା ଗ୍ରାମ ର ଯୁୟଲ ଶବର ଅନିମ ଗମାଙ୍ଗ କୁ ଗିରଫ କରିଛନ୍ତି ଉକ୍ତ ଗଞ୍ଜେଇ ଲୁହଗୁଡି ଅଂଚଳ ରୁ ଅନ୍ଦ୍ରାପ୍ରଦେଶ କୁ ଚାଲାଣ ହେଉଥିଲା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି