ବାଙ୍କୀ: କୋଟ ଠାରେ ବିଦ୍ୟୁତ ସବ ଷ୍ଟେସନ ଓ ରାସ୍ତା ପାଇଁ ଶିଳାନ୍ୟାସ କଲେ ବିଧାୟକ
Banki, Cuttack | Feb 15, 2024 ବୈଦେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୋଟ ଠାରେ ୩୩/୧୧ କେ.ଭି ଲାଇନ୍ର ଗ୍ରୀଡସବ୍ଷ୍ଟେସନ୍ ପ୍ରତିଷ୍ଠା ପାଇଁ ଭୂମିପୂଜା ଉତ୍ସବ ଏବଂ କୋଟ ପୋଡାପାଟଣା ନାଟେରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ସଂଯୋଗିକରଣର ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ଗ୍ରୀଡା ସବ୍ଷ୍ଟେସନ୍ ସ୍ଥାପନ ହେବା ଦ୍ୱାରା ଜନସାଧାରଣଙ୍କ ବିଦ୍ୟୁତ ସମସ୍ୟା ରହିବ ନାହିଁ ବୋଲି ପ୍ରକାଶ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବାଙ୍କୀ ବ୍ଲକ ଅଧ୍ୟକ୍ଷା ଯୋଗ ଦେଇଥିଲେ।