ସମ୍ବଲପୁର ମ୍ୟୁନିସିପାଲଟି: ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳରେ ବିଶ୍ୱ ଏଡସ୍ ଦିବସ ପାଳିତ
ପୂର୍ବ ତଟ ରେଳପଥର ସମ୍ବଲପୁର ମଣ୍ଡଳରେ ଆଜି ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି l ଏଡସ୍ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରୋଗର ପ୍ରସାର ରୋକିବାରେ ସାମୂହିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଏହାର ମୂଳ ଲକ୍ଷ ଥିଲା l ଏହି ରାଲି ସମ୍ବଲପୁର ମଣ୍ଡଳ ରେଳ ହସ୍ପିଟାଲ ପକ୍ଷରୁ ଆୟୋଜନ କରାଯାଇଥିଲା l ଏଡସ୍ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ନିବାରଣର ଗୁରୁତ୍ୱ ଏବଂ ଏହା ଚାରିପାଖରେ ଥିବା ମିଥ୍ୟାକୁ ଦୂର କରିବାର ଆବଶ୍ୟକତା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ରେଳ କର୍ମଚାରୀ ମାନେ।