ଜୁନାଗଡ: ଚହକା ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ
ଆଜି 14ତାରିଖ ଶୁକ୍ରବାର ଅପରାହ୍ନ 4ଟାରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ଅନ୍ତର୍ଗତ ଚହକା ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ ଚହାକା ଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ଗିରିଧାରୀ ତେଜି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ର ଉପ ସଭାପତି ରେବା କଟା , ଯୁଗ୍ମ ସଂପାଦକ ସଦାଶିବ ବେମାଲ,କେଗାଁ ଜୋନାଲ ସଭାପତି ଶ୍ରୀଯୁକ୍ତ ଦିନରାମ କେତକୀ, ସମାଜସେବୀ ତଥା ଯୁବ ସାମ୍ବାଦିକ ବ୍ରହ୍ମା ପ୍ରସାଦ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ