କରଞ୍ଜିଆ: ପ୍ରେସ କ୍ଲବ ପକ୍ଷରୁ ରାଜସ୍ବ ବଙ୍ଗଳା ଠାରେ ପାଞ୍ଚପିଢ଼ ଉପଜିଲ୍ଲାପାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ
କରଞ୍ଜିଆ ସ୍ଥିତ ରାଜସ୍ବ ବଙ୍ଗଳା ଠାରେ କରଞ୍ଜିଆ ପ୍ରେସକ୍ଲବ ପକ୍ଷରୁ ପାଞ୍ଚପିଢ଼ ଉପଜିଲ୍ଲାପାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ଲାଗି ଏକ ସମ୍ବର୍ଦ୍ଧନା ସଭା ଆଜି ଦିବା ୨ ଘଟିକା ଠାରୁ ଅପରାହ୍ନ ୫ ଘଟିକା ଯାଏଁ ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ ପ୍ରେସକ୍ଲବ୍ ସଭାପତି ଧରଣୀଧର ପ୍ରଧାନଙ୍କ ସଭାପତିତ୍ବରେ ତଥା ସମ୍ପାଦକ କର୍ଣାର୍ଯୁନ ସାହାଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ପ୍ରେମାଂଶୁଚାନ୍ଦ,ସମ୍ମାନୀତ ଅତିଥି ଭାବେ ଭାରାପ୍ରାପ୍ତ ଉପଜିଲ୍ଲାପାଳ,ଭାରାପ୍ରାପ୍ତ କରଞ୍ଜିଆ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।