ଲାଉନସାରା ଗ୍ରାମର ଚାଷୀ ଶୁକ୍ରବାର ଅପରାହ୍ନ ୨ ଘଣ୍ଟା ସମୟରେ ସଦର ଥାନା ଦ୍ୱାରସ୍ଥ ହୋଇଛନ୍ତି | ସୂଚନା ଅନୁସାରେ ଲାଉନସରା ମାର୍କେଟ ୱାର୍ଡକୁ ଗ୍ରାମର ଜଣେ ଅକ୍ତିଆର କରି ବେଆଇନ ଭାବେ ବାଉଣ୍ଡ୍ରି ତିଆରି କରୁଥିବା ବେଳେ ଏନେଇ ଚାଷୀ ବରଗଡ଼ ସଦର ଥାନା ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି | ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ବେଳେ ସଦର ଥାନାରେ ସମାଧାନ ହୋଇଥିଲା | କିନ୍ତୁ ପୁଣି ବ୍ୟକ୍ତି ଜଣକ ମଣ୍ଡିରେ ବାଉଣ୍ଡ୍ରି ତିଆରି କରୁଥିବା ବେଳେ ଏହାକୁ ବିରୋଧ କରି ଗ୍ରାମବାସୀ ସଦର ଥାନା ଦ୍ୱାରସ୍ଥ ହୋଇଛନ୍ତି ।