ଦିଗପହଣ୍ଡି: ଖମାରୀଗାଁ ନୂଆଁ ଗାଁ ମୁଖ୍ୟ ରାସ୍ତାରେ ଅଟୋ ଓଲଟି ଜଣେ ଗୁରୁତର,ମେଡ଼ିକାଲ ସ୍ଥାନାନ୍ତର
ଖମାରୀ ଗାଁ ଏବଂ ନୂଆଁ ଗାଁ ମୁଖ୍ୟ ରାସ୍ତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଅଟୋ ଓଲଟି ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଜଣଙ୍କ ହେଲେ ଲାୟା ଦଳେଇ ତାଙ୍କ ବୟସ ୨୫ ବର୍ଷ ତାଙ୍କ ଘର ନୂଆଁ ଗାଁ ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଏକ ଅଟୋ ନୂଆଁ ଗାଁ ମୁଖ୍ୟରାସ୍ତାରେ ଓଲଟି ପଡିଥିଲା ଏବଂ ସେ ଅଟୋ ଭିତରେ ଲାୟା ଦଳେଇ ଫସି ଯାଇଥିଲେ । ତେବେ ଘଟଣାରେ ଫରେଷ୍ଟ ଗାର୍ଡ ମାନେ ପେଟ୍ରୋଲିଂ କରୁଥିବା ବେଳେ ଏହି ଘଟଣା ଦେଖି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ