ଛତ୍ରପୁର: ଜିଲ୍ଲା ପରିଷଦର ଜଉଗଡ଼ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମକା ମିଶନର ଆଞ୍ଚଳିକ କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ
ଗଞ୍ଜାମ ଜ଼ିଲ୍ଲା ପରିଷଦର ଜଉଗଡ଼ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ୨ ଘଣ୍ଟା ସମୟରେ ମୁଖ୍ୟମନ୍ତ୍ରୀ ମକା ମିଶନ ର ଆଞ୍ଚଳିକ କ୍ରେତା ବିକ୍ରେତା ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜ଼ିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଅନୁଷ୍ଠାନିକ ଭାବେ ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ l ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ମକା ମିଶନ କୁ ବ୍ୟବସାୟୀ ତଥା ଚାଷୀଙ୍କ ପାଖରେ ପହଞ୍ଚାଇବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜ଼ିଲ୍ଲାରୁ କୃଷି ବିଭାଗର ଅଧିକାରୀ, ମକା ଚାଷୀ ଓ ବ୍ୟବସାୟୀ ମାନେ ଯୋଗ ଦେଇଥିଲେ l