କରଞ୍ଜିଆ ଓକିଲ ସଂଘ ପକ୍ଷରୁ ତାଲୁକ ଆଇନ୍ ସେବା ସମିତି ସହଯୋଗରେ ଆଜି କଚେରୀ ପରିସରରେ ୧୭୭ ତମ ମଧୁବାବୁ ଜୟନ୍ତୀ ତଥା ଅଧିବକ୍ତା ଦିବସ ସକାଳ ୮ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ଯାଏଁ ଦିବସ ବ୍ୟାପୀ ପାଳନ କରାଯାଇଥିଲା। ଓକିଲ ସଂଘ ସଭାପତି ମଦନମୋହନ ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୈରା ଜଜ୍ ଆଶିଷ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସବ୍ ଜଜ୍ ଅମିତ ସ୍ୱରୂପ ସେଠ, ଏସଡିଜେଏମ ପ୍ରଭାତ କୁମାର ସାମଲ, ସଂଘ ଉପସଭାପତି ଏମଡି ଆମରୁଲ ହୁସେନ ଓ ସମ୍ପାଦକ ସରୋଜ କୁମାର ରାଉଳ ପ୍ରମୁଖ ମଞ୍ଚାଷିନ ହୋଇଥିଲେ।