ବୀରମହାରାଜପୁର: ବିନିକା ବ୍ଲକ ସଭା ଗୃହରେ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ
ବିନିକା ବ୍ଲକ ସଭା ଗୃହରେ ସମ୍ବର୍ଧନା ଉତ୍ସବ ଆଜି ଅପରାହ୍ନ 3ଟା 45 ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ନୂତନ ଭାବରେ ଯୋଗଦେଇଥିବା ବିଡ଼ିଓ ଶରତ କୁମାର ବାଘଙ୍କ ସ୍ବାଗତ ସମ୍ବର୍ଧନା ଏବଂ ପୂର୍ବତନ ବିଡ଼ିଓ ମଣ୍ଟୁ ଖମାରୀଙ୍କୁ ବିଦାୟ କାଳୀନ ସମ୍ବର୍ଧନା ପ୍ରଦାନ କରାଯାଇଥିଲା l ଏହି ଅବସରରେ ନୂତନ ଭାବରେ ଯୋଗଦେଇଥିବା ବିଡ଼ିଓ ଶ୍ରୀଯୁକ୍ତ ବାଘ ବ୍ଲକ ତଥା ପଞ୍ଚାୟତ ବିକାସ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିବା ବେଳେ ବିଦାୟ ନେଇଥିବା ବିଡ଼ିଓ ଶ୍ରଯୁକ୍ତ ଖମାରୀ ନିଜ କର୍ୟକଲାର ଅନୁଭୂତି ବର୍ଣ୍ଣନା କରିବା ସହ ବ୍ଲକ ର ଉନ୍ନତି କାମନା କରିଥିଲେ l