ଭଦ୍ରକ ଗ୍ରାମାଞ୍ଚଳ: ଛୟାଳସିଂ ପରିବାର ନିଜ ଝିଅକୁ ଉଦ୍ଧାର ପାଇଁ ଏସପିଙ୍କ ଦ୍ବାରାସ୍ଥ ହେଲେ
ଛୟାଳସିଂ ପରିବାର ନିଜ ଝିଅକୁ ଉଦ୍ଧାର ପାଇଁ ଏସପିଙ୍କ ଦ୍ବାରାସ୍ଥ ହେଲେ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଛୟାଳସିଂର ରମାକାନ୍ତ ମୁଖୀ ନିଜ ଝିଅର ନିଖୋଜ ନେଇ ଵନ୍ତ ଥାନାରେ ଲିଖିତ ୨୮/୬/୨୦୨୪ରେ ଅଭିଯୋଗ କରିଥିଲେ। ପରେ ବନ୍ତ ଥାନା ପୋଲିସ ଉଦ୍ଧାର କରି ଭଦ୍ରକର ସନ୍ଥିଆସ୍ଥିତ ସଟ ଷ୍ଟେ ହୋମରେ ଛାଡିଥିଲେ। ଝିଅ ୧୪/୦୭/୨୦୨୪ରାତିରେ ସଟ ଷ୍ଟେ ହୋମରୁ କେଉଁ ଆଡେ ଚାଲିଯାଇଛି ବୋଲି ସଟ ଷ୍ଟେ ହୋମରେ କର୍ମକର୍ତ୍ତା ରମାକାନ୍ତ ମୁଖୀଙ୍କୁ ଜଣାଇଥିଲେ। ଝିଅର ଆଜି ପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ। ଝିଅକୁ ଉଦ୍ଧାର ପାଇଁ ଏସପିଙ୍କ ଦ୍ବାରାସ୍ଥ ହେଲେ ପରିବାର