ଧର୍ମଶାଳା: ଚୋରମୁହାଁ ପଞ୍ଚାୟତରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଚୋରମୁହାଁ ପଞ୍ଚାୟତରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରକୁ ବିଧାୟକ ହିମାଂଶୁ ଶେଖର ସାହୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶ୍ରୀକାନ୍ତ ସାହୁ, ଆଲୋକ ଲେଙ୍କା, ତୀର୍ଥରାଜ ପଣ୍ଡା, ରାଜେଶ କୁମାର ପାଳ, ଅଭିଷେକ ରାଉତ ଯୋଗଦାନ କରିଥିଲେ I ଏହି ଶିବିରରେ ଅଭିଜ୍ଞ ଡାକ୍ତରମାନେ ଯୋଗଦେଇ ଚର୍ମ, ମଧୁମେହ, ରକ୍ତଚାପ, ଶିଶୁରୋଗ ରୋଗୀମାନଙ୍କ ଚିକିତ୍ସା କରି ଆସନ୍ତା ୩ ମାସ ପାଇ ମାଗଣା ଔଷଧ ବିତରଣ କରିଥିଲେ।