ଝାରସୁଗୁଡା: ପାଉଁଶ ପରିବହନକୁ ନେଇ ତାତିଳେ ଲୋକେ, ଗାନ୍ଧିଛକ ୯ ନମ୍ବର ନିକଟରେ ଓଭରଲୋଡିଙ୍ଗ ପାଉଁଶ ବୋଝେଇ ଭାରଯାନକୁ ଅଟକାଇ କଲେ କାର୍ଯ୍ୟାନୁଷ୍ଠାନ ଦାବି
ପାଉଁଶ ପରିବହନ କୁ ନେଇ ତାତିଳେ ବ୍ରଜରାଜନଗର ସ୍ଥାନୀୟ ଜନତା, ଗାନ୍ଧିଛକ ୯ ନମ୍ବର ନିକଟରେ ଓଭରଲୋଡିଙ୍ଗ ହୋଇ ଯାଉଥିବା ପାଉଁଶ ବୋଝେଇ ଭାରଯାନକୁ ଅଟକାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ନଅଟା ସମୟରେ ଏନଏଚ ୪୯ ରେ ଓଭରଲୋଡିଙ୍ଗ ପାଉଁଶ ନେଇଯାଉଥିବା ଭାରିଯାନ ଗୁଡିକୁ ଗାନ୍ଧିଛକ ୯ ନମ୍ବର ନିକଟରେ ସ୍ଥାନୀୟ ସମାଜସେବୀ ଓ ଜନସାଧାରଣ ଅଟକ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏପରି ବେଆଇନ ଭାବରେ ଓଭରଲୋଡିଙ୍ଗ କରି ପାଉଁଶ ପରବହନ କରୁଥିବା ଭାରିଯାନ ଗୁଡିକୁ ଅଟକ ରଖି ସ୍ଥାନୀୟ ପୋଲିସ ଓ ଆର୍ଟିଓ କାର୍ଯ୍ୟଳୟ କୁ